ସୁଲଭ ମୂଲ୍ୟ ଓ ଅନ୍-ଟାଇମ୍ ଗ୍ୟାରୋଟି ସହ ବ୍ୟାପକ ବର୍ଗର ଲାଇଭ ଲଣ୍ଡି ଓ ଡ୍ରାଏ କ୍ଲିନିଂ ସେବା ପ୍ରଦାନ କରିବା ପାଇଁ ଲଣ୍ଡି ବ୍ରାଣ୍ଡ୍ କ୍ଲିକ୍‌ସ୍‌ ଚନ୍ଦ୍ରଶେଖରପୁରରେ ଉଦଘାଟନ କରିଛି ନୂଆ ଷ୍ଟୋର

0 145

ଭୁବନେଶ୍ବର,15/10/22 (ପ୍ରତ୍ୟୁଷା ବ୍ୟୁରୋ ):ଅଗ୍ରଣୀ ଓ ସବୁଠୁ ବିଶ୍ଵାସଯୋଗ୍ୟ ଲଣ୍ଡି ବ୍ରାଣ୍ଡ୍ କ୍ଲିକ୍‌ସ୍‌ ପକ୍ଷରୁ ଏହାର ଲାଇଭ ଲଣ୍ଡି ଓ ଡ୍ରାଏ କ୍ଲିନିଂ ସେବାର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । କଂପାନି ପକ୍ଷରୁ ଚନ୍ଦ୍ରଶେଖରପୁରର ଡିଷ୍ଟ୍ରିକ୍ଟ ସଂଟରରେ ଏହାର ନୂଆ ଷ୍ଟୋରର ଶୁଭ ଉଦଘାଟନ କରାଯାଇଛି । ତ୍ଵରିତ ଓ ଭରସାଯୋଗ୍ୟ ଲଣ୍ଡି ସେବାକୁ ଅପେକ୍ଷା କରିଥିବା ସହରବାସୀଙ୍କୁ ବ୍ୟାପକ ପ୍ରକାର ସେବା ପ୍ରଦାନ କରିବାକୁ କଂପାନି ପ୍ରସ୍ତୁତ ହୋଇଛି । ଏହାର ସେବାଗୁଡ଼ିକ ମଧ୍ୟରେ ସାମିଲ ରହିଛି କେଜି ହିସାବରେ ସଫା କରିବା ସେବା, ଷ୍ଟିମ୍ ଆଇରନ, ଜୋତା ଲଣ୍ଡି, ସୋଫା, କାର୍ପେଟ୍ ସଫା ଏବଂ ପିକ୍ ଅପ୍ ତଥା ଡେଲିଭରି । ଆଜିର ଆଧୁନିକ ଯୁଗର ଲୋକମାନେ ଦ୍ରୁତ ଗତିରେ ଓ ବ୍ୟସ୍ତବହୁଳ ଜୀବନ ଅତିବାହିତ କରୁଥିବା ସବୁ ବେଳେ ସଫା ପୋଷାକ ପିନ୍ଧିବା ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି । ବ୍ୟସ୍ତବହୁଳ କର୍ମ ଜୀବନ ସାଙ୍ଗକୁ ଶ୍ରମ ଶକ୍ତିରେ ଅଧିକରୁ ଅଧିକ ମହିଳା ଯୋଡ଼ି ହେଉଥିବାରୁ ସହରାଂଚଳରେ ସ୍ଥିତି ଆହୁରି ଖରାପ ହୋଇଛି । ଯଦିଓ ସହରରେ ଲଣ୍ଡି ସେବାର ଅଭାବ ନାହିଁ, କିନ୍ତୁ ଭରସାଯୋଗ୍ୟ ଲଣ୍ଡି ସେବାରେ ବଡ଼ ଧରଣର ପାର୍ଥକ୍ୟ ରହିଛି । ଭୁବନେଶ୍ଵର ବାସିନ୍ଦାଙ୍କ ଜୀବକୁ ସହଜ ଓ ସରଳ କରିବା ଲାଗି କ୍ଲିକ୍‌ସ୍ ଏହାର ଗ୍ରାହକମାନଙ୍କୁ ସ୍ଵଚ୍ଛ, ଦାଗବିହୀନ ଓ ସଠିକ୍ ସମୟରେ ସେବା ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛି । ସ୍ଵଚ୍ଛତାର ଅର୍ଥ ହେଉଛି କଂପାନି ୧୦୦% ସ୍ଵଚ୍ଛ ଓ ସଂକ୍ରମଣମୁକ୍ତ ସଫା କରିବା ସେବା ପ୍ରଦାନ କରିବ ଯାହାକୁ ପିନ୍ଧିବା ବେଶ ସୁସୁକର ରହିବ । ଗ୍ରାହକମାନେ ନିଜ ପୋଷାକକୁ ନୂଆ ଭଳି ଏବଂ ଦାଗବିହୀନ ପାଇବେ । ୨୪ ଘଂଟା ଭିତରେ ଘରେ ସେବା ପହଂଚାଇବା ଲାଗି କଂପାନି ପ୍ରତିବଦ୍ଧ ରହିଛି । କ୍ଲିକ୍‌ସ୍ ପକ୍ଷରୁ ୱାସ୍ ଆଣ୍ଡ୍ ଫୋଲ୍ଡ, ୱାସ୍ ଆଣ୍ଡ୍ ଆଇରନ୍, ପ୍ରିମିୟମ୍ ଲଣ୍ଡି, ଷ୍ଟ୍ରିମ୍ ଆଇରନ ଓ ସାଧାରଣ ଆଇରନ ଭଳି ସେବାକୁ ସୁଲଭ ମୂଲ୍ୟରେ ପିକ୍ ଅପ୍ ଓ ଡ୍ରପ୍ ସୁବିଧା ସହ ପ୍ରଦାନ କରାଯିବ ।


Leave A Reply

Your email address will not be published.