ହାତୀ ଦାନ୍ତ କାରବାର ଉପରୁ ନିଷେଧାଜ୍ଞା ଉଚ୍ଛେଦ ସଂକ୍ରାନ୍ତରେ ନାମିବିୟା ସରକାରଙ୍କ ଠାରୁ କୌଣସି ଲିଖ୍ ସୂଚନା ଭାରତ ସରକାରଙ୍କୁ ମିଳିନାହିଁ ୧୩ ଅକ୍ଟୋବର ୨୦୨୨ରେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ‘ଅଣ୍ଡର ଚିତା ଡିଲ୍, ସଟ୍ ଇଣ୍ଡିଆସ୍‌ ସପର୍ଟ ଅନ୍ ଲିଭିଂ ଆଇଭରୀ ଚ୍ୟାନ

0 133

ଭୁବନେଶ୍ବର,14/10/22 (Pratyusha Bureau):ନାମିବିୟା’ (ଚିତା ରାଜିନାମା ଅଧୀନରେ, ହାତୀ ଦାନ୍ତ ଉପରେ ନିଷେଧାଜ୍ଞା ଉଚ୍ଛେଦ ଲାଗି ଭାରତର ସହଯୋଗ ଲୋଡ଼ାଯାଇଛି: ନାମିବିୟା) ଶୀର୍ଷକ ଖବର ସମ୍ପୂର୍ଣ ଭାବେ ଆକଳନ ଓ ଗୁଜବ ଉପରେ ଆଧାରିତ ଏବଂ ବାସ୍ତବ ତଥ୍ୟ ସହ ଏହାର କୌଣସି ସମ୍ପର୍କ ନାହିଁ । ଯଦିଓ ଭାରତ ଓ ନାମିବିୟା ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥବା ରାଜିନାମାରେ ‘ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ଉପଯୋଗ’କୁ ଏକ ସହଯୋଗ କ୍ଷେତ୍ର ଭାବେ ସାମିଲ କରାଯାଇଛି, ଏହାକୁ କୌଣସି ପ୍ରକାରରେ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ଅଙ୍ଗପ୍ରତ୍ୟଙ୍ଗ କାରବାର ଉପରୁ ନିଷେଧାଜ୍ଞା ଉଚ୍ଛେଦ ପ୍ରତି ସମର୍ଥନ ଭାବେ ଗ୍ରହଣ କରାଯିବା ଉଚିତ୍‌ ନୁହେଁ। ହାତୀ ଦାନ୍ତ କାରବାର ଉପରୁ ନିଷେଧାଜ୍ଞା ଉଚ୍ଛେଦ ଲାଗି ନାମିବିୟା ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ କୌଣସି ଲିଖ୍ ସୂଚନା ମିଳିନାହିଁ । ଉଭୟ ସାର୍ବଭୌମ ରାଷ୍ଟ୍ର ହୋଇଥିବାରୁ ଭାରତ ଏବଂ ନାମିବିୟା ରାଜିନାମାର ପରିଡ୍ ମଧ୍ୟରେ ଦୀର୍ଘସ୍ଥାୟୀ ଜୈବ ବିବିଧତାର ଉପଯୋଗ ସଂକ୍ରାନ୍ତରେ ସେମାନଙ୍କର ସ୍ଥିତିର ମୂଲ୍ୟାୟନ କରିବେ ଯାହାକି ଆପୋସ ସମ୍ମାନ, ସାର୍ବଭୌମତ୍ସ୍ୟ, ସମାନତା ଏବଂ ଉଭୟ ପକ୍ଷର ଶ୍ରେଷ୍ଠ ହିତ ଉପରେ ଆଧାରିତ ହୋଇଥବ ।

Leave A Reply

Your email address will not be published.