ସାତ ଅକ୍ଟୋବରରୁ ରାଜଧାନୀରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

0 153

ଭୁବନେଶ୍ୱର ,28/09/22 (ପ୍ରତ୍ୟୁଷା ବ୍ୟୁରୋ): ୭ମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ଭୁବନେଶ୍ବରର ଜନତା ମଇଦାନଠାରେ ୭ ଅକ୍ଟୋବର ୨୦୨୨ରୁ ୧୭ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ହେବାକୁ ଯାଉଅଛି । ଏହି ମେଳାରେ ୭ଟି ଦେଶ ଓ ୨୦ଟି ରାଜ୍ୟ ଅଂଶଗ୍ରହଣ କରିବେ ।

ଏଥିରେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ କୁଶଳୀ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ଆଭ୍ୟନ୍ତରୀଣ ସାଜସଜ୍ଜା, ଘର ସାଜସଜ୍ଜା, ଫର୍ନିଚର, ଆଣ୍ଟିକ୍ କଲେକ୍ସନ, ପେଣ୍ଟିଂ, ଜେଲାରୀ, ଥାଇଲାଣ୍ଡ ଫୁଲ, ପୋଷାକ ପତ୍ର, ରାଜସ୍ଥାନୀ ମାର୍ବଲ୍ସ, ଆଫଗାନିସ୍ଥାନ ଡ୍ରାଏ ଫୁଟ୍, ବାଂଲାଦେଶ ଶାଢୀ, ହାଣ୍ଡିକ୍ରାଫ୍ଟ ଓ ହ୍ୟାଣ୍ଡଲୁମ ଜିନିଷ ଇତ୍ୟାଦି ପ୍ରଦର୍ଶିତ ହେବ । ଚଳିତ ବାଣିଜ୍ୟ ମେଳାରେ ପ୍ରଥମ ଥର ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହଯୋଗରେ ଏକ ରିଅଲ ଇଷ୍ଟେଟ୍ ମେଳା ମଧ୍ୟ ଆୟୋଜିତ ହେବାକୁ ଯାଉଛି । ଏଥିରେ ବହୁ ନାମୀ ଦାମୀ ବିଲ୍ଡରମାନେ ଭାଗ ନେବା ସହ ଏହି ରିଅଲ ଇଷ୍ଟେଟ୍ ମେଳାରୁ ସମସ୍ତେ ନିଜ ନିଜର ଆବଶ୍ୟକ ମୁତାବକ ବିଭିନ୍ନ ସୁବିଧା ପାଇପାରିବେ । ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ନେବା ପାଇଁ ଏଠାରେ ଏକ ଫୁଡ୍ ଜୋନ୍ ମଧ୍ୟ ରହିବ । ଏହି ଅବସରରେ ପ୍ରତ୍ୟହ ସଂନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହେବ। ଏହି ବାଣିଜ୍ୟ ମେଳାର ସମୟ ଅପରାହ୍ନ ୨ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ରହିବ।

Leave A Reply

Your email address will not be published.