ପିପରଫ୍ରାଏ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ଏହାର ନୂତନ ଷ୍ଟୁଡିଓର ଶୁଭାରମ୍ଭ ପୂର୍ବ ଭାରତରେ ଏହାର ଓମ୍ନିଚ୍ୟାନେଲ୍ ଉପସ୍ଥିତିକୁ ସୁଦୃଢ଼ କରିଛି

0 220

ବ୍ରହ୍ମପୁର ,19/09/22 (ପ୍ରତ୍ୟୁଷା ବ୍ୟୁରୋ) : ଅଗ୍ରଣୀ ଇ-କମର୍ସ ଆସବାବପତ୍ର ଓ ଗୃହୋପକରଣ ସାମଗ୍ରୀ କଂପାନି ପିପର୍‌ଫ୍ରାଏ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ଏହାର ପ୍ରଥମ ଷ୍ଟୁଡିଓ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭାରତରେ ହୋମ୍ ଓ ଲିଭିଂ ସ୍ପେପ୍‌ରେ ଏହାର ଓମ୍ନିଚ୍ୟାନେଲ୍‌ ଗ୍ରାହକ ସଂପୃକ୍ତିକୁ ସୁଦୃଢ଼ କରିବା ଓ ସ୍ୱତନ୍ତ୍ର ବଜାରରେ ପ୍ରବେଶ କରିବା ଲାଗି କଂପାନି ରଖିଥିବା ଲକ୍ଷ୍ୟ ଅନୁସାରେ ଏହି ଅଫଲାଇନ୍ ସମ୍ପ୍ରସାରଣ କରାଯାଇଛି । ପିପରଫ୍ରାଏର ଷ୍ଟୁଡିଓ ଉପସ୍ଥିତି ବର୍ତମାନ ଦେଶର ୯୦ରୁ ଅଧିକ ସହରରେ ୧୮୦ରୁ ଅଧିକ ଷ୍ଟୁଡିଓ ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି । ପିପରଫ୍ରାଏ ଷ୍ଟୁଡିଓଗୁଡ଼ିକ ଭାରତରେ ଆସବାବପତ୍ରର ଖୁଚୁରା ଦୃଶ୍ୟପଟ୍ଟର ରୂପାନ୍ତରଣ କରିଛି । ଫୋଫୋ ଷ୍ଟୁଡିଓର ସମ୍ପ୍ରସାରଣ ଦ୍ଵାରା କଂପାନିର ଓମ୍‌ନିଚ୍ୟାନେଲ୍ ରଣନୀତି ଆଗକୁ ବଢୁଛି ଏବଂ ଏହା ବର୍ତମାନ ୯୦ରୁ ଅଧିକ ସ୍ଵତନ୍ତ୍ର ସହଯୋଗୀଙ୍କ ସହ କାର୍ଯ୍ୟ କରୁଛି । ସାଇରାମ ଏବଂରପ୍ରାଇଜେସ୍ ସହଯୋଗରେ ଶୁଭାରମ୍ଭ କରାଯାଇଥିବା ନୂଆ ଷ୍ଟୁଡିଓ ବ୍ରହ୍ମପୁରର ଗିରି ରୋଡ୍ ସ୍ଥିତ ୱାର୍ଲଡ୍ ବିଲଡିଂ ଭଳି ପ୍ରମୁଖ ସ୍ଥାନରେ ସ୍ଥାପିତ ହୋଇଛି ଯାହା ୬୭୫ ବର୍ଗଫୁଟ କାର୍ପେଟ୍ ଅଂଚଳରେ ବ୍ୟାପିଛି । ଏହା ଗ୍ରାହକମାନଙ୍କୁ ଫଣ୍ଟିଚର୍ ଓ ହୋମ୍ ପ୍ରଡକ୍ଟସ୍‌ର ଅସୀମିତ କାଟେଲଗ୍‌ର ପ୍ରଥମ ଅନୁଭୂତି ପ୍ରଦାନ କରୁଛି । କଂପାନିର ଇଂଟେରିୟର୍ ଡିଜାଇନ୍‌ର ପରାମର୍ଶଦାତାଙ୍କଠାରୁ ଗ୍ରାହକମାନେ ସ୍ଵତନ୍ତ୍ର ଡିଜାଇନ୍ ପରାମର୍ଶ ପାଇପାରିବେ । ଓଡ଼ିଶାର ହୋମ୍ ଓ ଲିଭିଂ କଷ୍ଟମର୍‌ମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପାଇଁ ବ୍ୟକ୍ତିଗତ ସୁହାଇବା ଭଳି ଅନଭୂତି ପ୍ରଦାନ କରିବାକୁ ବ୍ରହ୍ମପୁରର ଏହି ଷ୍ଟୁଡିଓ ଲକ୍ଷ୍ୟ ରଖିଛି । ଏହି ଶୁଭାରମ୍ଭ ଅବସରରେ ପିପରଫ୍ରାଏର ଫ୍ରାଚାଇଜିଂ ଆଣ୍ଡ୍ ଆଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ଅମୃତା ଗୁପ୍ତା କହିଛନ୍ତି ଯେ, “ ସାଇରାମ୍ ଏବଂର୍‌ପ୍ରାଇଜେସ୍ ସହଯୋଗିତାରେ ବ୍ରହ୍ମପୁରରେ ଆମର ନୂଆ ଷ୍ଟୁଡିଓର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଆନନ୍ଦିତ ।

Leave A Reply

Your email address will not be published.