ତିରୁମାଲା ତିରୁପତି ଦେବସ୍ଥାନମ ମନ୍ଦିରରେ ପ୍ରଭୁ ଶ୍ରୀଭେଙ୍କଟେଶ୍ୱରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ତିରୁପତି

0 257

ଭୁବନେଶ୍ବର,17/09/22 (ପ୍ରତ୍ୟୁଷା ବ୍ୟୁରୋ)ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନମ ମନ୍ଦିରରେ ପ୍ରଭୁ ଶ୍ରୀଭେଙ୍କଟେଶ୍ବରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ |

ଶୁକ୍ରବାର ଦିନ ନିଜର ସାନପୁଅ ଅନନ୍ତ ଅମ୍ବାନିଙ୍କ ଭାବି-ପତ୍ନୀ ରାଧୁକା ମରଚାଣ୍ଡଙ୍କ ସହ ଏହି ମନ୍ଦିରରେ ପହଂଚି ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ | ପରିବାର ସହିତ ସେ ଶୁକ୍ରବାର ସକାଳେ ଅଭିଷେକମ ଓ ନିଜପଦଦର୍ଶନ ସେବାରେ ଅଂଶଗ୍ରହଣ କରିଥିଲେ | ତିରୁମାଲା ତିରୁପତି ଦେବସ୍ଥାନମର କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମା ରେଡ୍ଡୀ ଅମ୍ବାନୀଙ୍କୁ ସ୍ବାଗତ କରିବା ସହିତ ଦର୍ଶନ ବ୍ୟବସ୍ଥା କରାଇଥିଲେ |

ଦର୍ଶନ ପରେ ରଙ୍ଗନାୟକ ମଣ୍ଡପମରେ ବିଦ୍ବାନଗଣଙ୍କ ଦ୍ବାରା ବେଦପାଠ ସହିତ ଆଶୀର୍ବାଦ ପ୍ରଦାନ କରାଯାଇଥିଲା | ଏହି ଅବସରରେ ତିରୁମାଲା ଆସିଥିବାରୁ ବେଶ ଆନନ୍ଦିତ ଥିବା ପ୍ରକାଶ କରି ମୁକେଶ ଅମ୍ବାନୀ ସମସ୍ତଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ପ୍ରଦାନ କରିବାକୁ ଶ୍ରୀଭେଙ୍କଟେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଥିଲେ | ଦର୍ଶନ ପରେ ସେ ପରିବାର ସହିତ ମନ୍ଦିର ପରିସରରେ ଥିବା ହାତୀମାନଙ୍କୁ ଖାଇବାକୁ ଦେବା ସହିତ ଆଶୀର୍ବାଦ ନେଇଥିଲେ |

Leave A Reply

Your email address will not be published.