ରାମକୃଷ୍ଣ ମିଶନର ‘ଜାଗ୍ରତ ନାଗରିକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

0 142

ଭୁବନେଶ୍ବର,16/09/22 (ପ୍ରତ୍ୟୁଷା ବ୍ୟୁରୋ):କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ରାମକୃଷ୍ଣ ମିଶନର ‘ଜାଗ୍ରତ ନାଗରିକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ବାଲବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଗୁଡ଼ିକରେ ମୂଲ୍ୟ ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ପରାମର୍ଶ ରୂପରେଖ ପ୍ରସ୍ତୁତ କରିବାକୁ ସିବିଏସଇକୁ ପରାମର୍ଶ ଦେଇଛନ୍ତି । ଏହା ଦ୍ବାରା ଜାତୀୟ ପ୍ରଗତି ଏବଂ ବିଶ୍ବ କଲ୍ୟାଣ ପାଇଁ ପ୍ରତିବଦ୍ଧ ପ୍ରତିଭାବାନ ଯୁବବର୍ଗ ତିଆରି ହୋଇପାରିବେ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ସ୍ଵାମୀ ବିବେକାନନ୍ଦଙ୍କ ଦର୍ଶନରେ ଗଭୀର ଭାବରେ ଅନୁପ୍ରାଣିତ । ସ୍ଵାମୀ ବିବେକାନନ୍ଦଙ୍କ ଠାରୁ ଶ୍ରୀ ଅରବିନ୍ଦ ଏବଂ ମହାତ୍ମା ଗାନ୍ଧିଙ୍କ ପରି ଆମର ଅନେକ ମହାପୁରୁଷ ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥାର କଳ୍ପନା କରିଥିଲେ । ଏପରି ଏକ ଶିକ୍ଷା, ଯାହା ପ୍ରଗତିଶୀଳ ହେବା ସହ ଆମ ସଭ୍ୟତାର ମୂଲ୍ୟବୋଧର ଆଧାରଶୀଳା ହୋଇ ଦେଶକୁ ଆଗକୁ ନେବ । ସାମାଜିକ ପରିବର୍ତ୍ତନ ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ । ଭୌତିକ ସମ୍ପଦ ଠାରୁ ମୂଲ୍ୟ ଏବଂ ଜ୍ଞାନ ଅଧିକ ମୂଲ୍ୟବାନ । ଭବିଷ୍ୟତ ପ୍ରସ୍ତୁତ ତଥା ସାମାଜିକ ସଚେତନ ପିଢି ତିଆରି କରିବା ପାଇଁ ମୂଲ୍ୟଭିତ୍ତିକ ଶିକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବ୍ୟବହାର�

Leave A Reply

Your email address will not be published.