ଟିପିଏସ୍ଓଡିଏଲ୍ ପକ୍ଷରୁ ମହିଳାଙ୍କ ଦ୍ବାରା ପରିଚାଳିତ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ

0 153

ବ୍ରହ୍ମପୁର, 7/09/22,(ପ୍ରତ୍ୟୁଷା ବ୍ୟୁରୋ):ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍‌) ପକ୍ଷରୁ ବ୍ରହ୍ମପୁରରେ ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ଵାରା ପରିଚାଳିତ ହେଉଥିବା ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଟିପିଏସ୍ଓଡିଏଲ୍‌ର ମହିଳା କର୍ମଚାରୀମାନଙ୍କ ଦ୍ବାରା ପରିଚାଳିତ ହେଉଛି, ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଗ୍ରାହକ ସେବା ପ୍ରତିନିଧି, କ୍ୟାସିୟର, ହାଉସ କିପିଙ୍ଗ କର୍ମଚାରୀ ଓ ନିରାପତା ରକ୍ଷୀ (ସିକ୍ୟୁରିଟି ଗାର୍ଡ) । ଏହି କେନ୍ଦ୍ରକୁ ଟାଟା ପାୱାରର ସିଇଓ ଓ ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଗ୍ରାହକ ସମ୍ପର୍କ କେନ୍ଦ୍ର, ଗୋଟିଏ ଛାତ ତଳେ, ଯେକୌଣସି ପ୍ରକାର ଅନୁରୋଧା ଅଭିଯୋଗ କିମ୍ବା ପ୍ରଶ୍ନ ଓ ବିଲ୍‌ ପେମେଟ୍ର ତ୍ଵରିତ ସମାଧାନ ପ୍ରଦାନ କରୁଛି । ଏହି କେନ୍ଦ୍ରରେ ଉଚ୍ଚ ପ୍ରଶିକ୍ଷିତ କର୍ମଚାରୀ ରହିଛନ୍ତି ଏବଂ ଅତି ସୁନ୍ଦର ଭାବେ ତାହାକୁ ପ୍ରସ୍ତୁତ କରାଯାଇଥିବା ବେଳେ ସେଥିରେ ପାନୀୟ ଜଳ, ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ଶୌଚାଳୟ, ପ୍ରତିକ୍ଷା ଅଂଚଳ, ପ୍ରଶ୍ନ ପରିଚାଳନା ବ୍ୟବସ୍ଥା, ବରିଷ୍ଠ ନାଗରିକଙ୍କ ପାଇଁ ସମର୍ପିତ ଡେସ୍କ, ସେଲ୍‌ ସର୍ଭିସ୍ କିଓସ୍କ ଏବଂ ସୁରକ୍ଷା ଓ ତତ୍ ସଂକ୍ରାନ୍ତୀୟ ସୂଚନା ପ୍ରଦର୍ଶିତ କରିବା ଲାଗି ଏଲ୍‌ଇଡି ସ୍କ୍ରିନ୍ ଭଳି ସୁବିଧା ସୁଯୋଗ ରହିଛି । ଏସବୁ ବ୍ୟତୀତ, ଗ୍ରାହକମାନଙ୍କୁ ଶକ୍ତି ସଂରକ୍ଷଣ, ଚାହିଦା ପକ୍ଷର ପରିଚାଳନା, ରୁଫ୍‌ଟପ୍ ସୋଲାର, ହୋମ୍ ଅଟୋମେସନ, ଡିଜିଟାଲ୍ ମାଧ୍ୟମ, ନିରାପତା ଓ ସୁରକ୍ଷା ଆଦି ବିଷୟରେ ଅବଗତ ଓ ସଚେତନ ରଖିବା ଲାଗି ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଯାଇଛି । ଉତ୍କୃଷ୍ଟ ସେବା ମାନକୁ ନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ ପ୍ରକ୍ରିୟା ଓ ବ୍ୟବସ୍ଥା ବିଷୟରେ ଗଭୀର ସୂଚନା ହାସଲ କରିବା ଲାଗି କଂପାନି ପକ୍ଷରୁ ଏକ ଗ୍ରାହକ ମତାମତ ସଂଗ୍ରହ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି । ଟାଟା ପାୱାରର ସିଇଓ ଓ ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା କହିଛନ�

Leave A Reply

Your email address will not be published.