ଭୁବନେଶ୍ୱର 9/4 ( ପ୍ରତ୍ୟୁଷା ବ୍ୟୁରୋ ):
ଅନନ୍ତ ଭାରତୀ କ୍ରିଏସନ ଓ ନାଁଓ ଓଡିଶାର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଚଳଚିତ୍ର ” ଏ ଜୀବନ ” ର ଟିଜର ଶୁକ୍ରବାର ମନୋଜ୍ଞ ସନ୍ଧ୍ୟାରେ ମୁକ୍ତିଲାଭ କରିଛି l ସମ୍ପୂର୍ଣ ସିନେମାଟି ଆସନ୍ତା ରଜରେ ଖେଳିବ ବୋଲି ଯୁଗ୍ମ ପ୍ରଯୋଜକ ରମେଶ ମହାନ୍ତି ଓ ଅନନ୍ତ ସାମଲ କହିଛନ୍ତି l ବିଶ୍ୱ ମୋହନ ରଣାଙ୍କ ନିର୍ଦେଶନାରେ ନିର୍ମିତ ହେବାକୁ ଯାଉଥିବା ଏହି ସିନେମାରେ ପ୍ରଦ୍ୟୁମ୍ନ ଲେଙ୍କା ଶ୍ରୀତମ ବବି ଜୀନା ପ୍ରଜ୍ଞାଙ୍କ ଭଳି ଅଭିଜ୍ଞ କଳାକାର ଅଭିନୟରେ ଅଛନ୍ତି l ଚଳଚିତ୍ରଟିର ଚିତ୍ର ନାଟ୍ୟ ରଚନା କରିଛନ୍ତି ସଚ୍ଚିଦାନନ୍ଦ ସାମଲ l
Prev Post
Next Post