ଦେଶର ଇ-ହାଇୱେରେ ଇ-ଯାନ ରୁପାନ୍ତରଣ ଲାଗି ନେତ୍ରାଡାଇନ-ଏନ୍‌ଏଚ୍‌ଇଭି ସହଭାଗିତା ।

0 19

ଭୁବନେଶ୍ୱର, 4 Jan, 2026 ( ପ୍ରତ୍ୟୁଷା ବ୍ୟୁରୋ ): ଏଆଇ ଆଧାରିତ ଯାନ ସୁରକ୍ଷା ଏବଂ ପରଫରମାନ୍ସ ନିରାପତ୍ତା ଲିଡର ନେତ୍ରାଡାଇନ ଏନ୍‌ଏଚ୍‌ଇଭି ସହ ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ଏହା ଦ୍ୱାରା ସାରା ଦେଶରେ ଜାତୀୟ ରାଜପଥ ଗୁଡିକରେ ବୃଦ୍ଧି ହେଉଥିବା ଇ-ଯାନ ବ୍ୟବହାରକୁ ଉତ୍ସାହିତ କରାଯିବ । ଦେଶର ଇ-ଯାନ ଲାଗି ଜାତୀୟ ରାଜପଥ (ଏନ୍‌ଏଚ୍‌ଇଭି) ଗୁଡିକରେ ସୁରକ୍ଷା ବଳୟ ବୃଦ୍ଧି ଏବଂ ବୁଦ୍ଧିମତା ଉପରେ ଏହା କାର୍ଯ୍ୟ କରିବ । ଏଭଳି ଅଭିନବ କାର୍ଯ୍ୟକ୍ରମ ଜରିଆରେ ଏନ୍‌ଏଚ୍‌ଇଭିର ସମନ୍ୱିତ ଇ-ଭିତ୍ତିଭୂମିରେ ନେତ୍ରାଡାଇନର ଏଆଇ କ୍ଷମତା ଭିତ୍ତିଭ ଟେକ୍ନୋଲୋଜି ଦୂରଗାମୀ ଇ-ଯାନ ଗ୍ରହଣୀୟତା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ରୂପାନ୍ତରଣରେ ସହାୟକ ହେବ । ଇଭି କରିଡର ଗୁଡିକୁ ସୁରକ୍ଷିତ, ଅଧିକ ବ୍ୟବସ୍ଥିତ ଏବଂ ଭରସାଯୋଗ୍ୟ ସିଷ୍ଟମ ସ୍ଥାପନାରେ ସହାୟକ ହେବ ।ଏହି କାର୍ଯ୍ୟକ୍ରମ ଅଧିନରେ ନେତ୍ରାଡାଇନର ଏଆଇ କ୍ଷମତା ଭିତ୍ତିକ ସମାଧାନକୁ ସାରା ଦେଶର ଏନ୍‌ଏଚ୍‌ଇଭି ସମର୍ଥିତ କରିଡର ଗୁଡିକରେ ବାଣିଜ୍ୟିକ ଯାନ ପରିଚାଳନାରେ ପର୍ଯ୍ୟାୟ ଭିତ୍ତିରେ ନିୟୋଜିତ କରାଯିବ । ଏଭଳି ବ୍ୟବସ୍ଥା ଦ୍ୱାରା ଇ-ହାଇୱେ ଗୁଡିକରେ ବାସ୍ତବ ସମୟରେ ଯାନ ଗୁଡିକର ଉପଲବ୍ଧତା, ସମ୍ଭାବ୍ୟ ବିପଦର ଚିହ୍ନଟ, ଯାନ ଚାଳକଙ୍କ ବ୍ୟବହାର ସମ୍ପର୍କିତ ସୂଚନା, ବାଣିଜ୍ୟିକ ଯାନ ଗୁଡିକର ପରିଚାଳନା ମନିଟରିଂ କରାଯାଇପାରିବ । ପୂର୍ବରୁ ଉପଯୁକ୍ତ ପରୀକ୍ଷଣ ସଫଳତା ପରେ ଏହି ସହଭାଗିତା ହୋଇଛି । ଯାହା ଟେକ୍ନୋଲୋଜି ଆଧାରିତ ହାଇୱେ ସିଷ୍ଟମକୁ ଅଧିକ ସମନ୍ୱିତ ଏବଂ କ୍ରିୟାଶୀଳ କରିବାରେ ସହାୟକ ହେବ ।ଦେଶର ଜାତୀୟ ରାଜପଥକୁ ଇଲେଟ୍ରିକ ରାଜପଥରେ ରୁପାନ୍ତରିତ କରିବା ଜାତୀୟ ଲକ୍ଷ୍ୟ ଆଧାରରେ ଏନ୍‌ଏଚ୍‌ଇଭି କାର୍ଯ୍ୟ କରୁଛି । ୨୦୨୭ ସୁଦ୍ଧା ୨୬ ରାଜପଥକୁ ଏହା ସମ୍ପ୍ରସାରିତ ହେବା ସହ ଇଭି ଚଳାଚଳକୁ ବ୍ୟାପକ କରିବା ଯୋଜନା ରହିଛି । ଏହି ସମନ୍ୱିତ ପଦକ୍ଷେପ ଅଧିନରେ ଚାର୍ଜିଂ ଭିତ୍ତିଭୂମି, ଶକ୍ତି ପରିଚାଳନା, ଡିଜିଟାଲ ସିଷ୍ଟମ, ଫାଇନାନ୍ସ ସୁବିଧା, ପରିଚାଳନା ସହାୟତା ସହ ଏନ୍‌ଏଚ୍‌ଇଭି ଦେଶର ଦୂରଗାମୀ ଇକୋସିଷ୍ଟମ ସ୍ଥାପନ ଦିଗରେ କାର୍ଯ୍ୟ କରୁଛି ।ଏହି ଫ୍ରେମୱାର୍କ ଅଧିନରେ ନେତ୍ରାଡାଇନ ଏଆଇ ପ୍ଲାଟଫର୍ମ କ୍ରିଟିକାଲ ଇଣ୍ଟେଲିଜେନ୍ସ ଏବଂ ସୁରକ୍ଷା ପ୍ରଦାନ ଦିଗରେ କାର୍ଯ୍ୟ କରିବ । ଏଥିଲାଗି ଗାଡି ଚାଳକଙ୍କ ବ୍ୟବହାର ଆନାଲିଟିକ୍ସ, ଯାନ ମନିଟରିଂ, କରିଡରରେ ଇଭି ଗାଡି ପରିଚାଳନା ଭଳି ଦିଗକୁ ଏହା ବିଚାର କରିବ ।ଏନଏଚ୍‌ଇଭିର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଅଭିଜିତ ସିହ୍ନା କହିଛନ୍ତି, ଇନ୍ଧନ ସଙ୍କଟ ଏବଂ ଯୋଗାଣ ଶୃଙ୍ଖଳ ଜନୀତ ସମସ୍ୟା ଯୋଗୁ ବିଶ୍ୱ ସାମ୍ନାରେ ଏବେ ବଡ ଆହ୍ୱାନ ସୃଷ୍ଟି ହୋଇଛି । ଏନ୍‌ଏଚ୍‌ଇଭି ଇ-ହାଇୱେ ଗୁଡିକ ଦେଶର ପ୍ରସ୍ତୁତି ଭିତ୍ତିକ ଅର୍ଥନୀତିକୁ ପ୍ରତିପାଦିତ କରୁଛି । ଯାହା ଦ୍ୱାରା ତେଲ ସଙ୍କଟ, ଲକଡାଉନ ହେଉକି ଅନ୍ୟ ସମସ୍ୟା ସମୟରେ ମଧ୍ୟ ଜରୁରୀ ସାମଗ୍ରୀ ପରିବହନରେ କୌଣସି ବାଧା ଉପୁଜିବ ନାହିଁ ।ଦେଶର ଇ-ରାଜପଥ ଲକ୍ଷ୍ୟ କେବଳ ଚାର୍ଜିଂ ଭିତ୍ତିଭୂମି ଦୃଢ଼ କରିବା ନୁହେଁ, ବଂର ଏକ ସଂଯୋଗକ୍ଷମ, ଭରସାଯୋଗ୍ୟ ମୋବିଲିଟି ବ୍ୟବସ୍ଥା ସ୍ଥାପନ କରିବା ଉପରେ ଧ୍ୟାନ ରଖିଛି । ଏହା ଦ୍ୱାରା ବାଣିଜ୍ୟିକ ଇଭି ଏବଂ ମାଲ୍ ପରିବହନ କ୍ଷେତ୍ରର ଆତ୍ମବିଶ୍ୱାସ ଜାଗ୍ରତ ହୋଇପାରିବ । ଏଭଳି ଇଲେକଟ୍ରୋନିକ ବ୍ୟବସ୍ଥା ଜରିଆରେ ଗାଡି ଚାଳକଙ୍କ ସୁରକ୍ଷାରେ ଉନ୍ନତି, ଦୁର୍ଘଟଣା କମାଇବା, ସମ୍ଭାବ୍ୟ ସମସ୍ୟାକୁ ଆଗୁଆ ଚିହ୍ନଟ କରିବା, ମାଲ ପରିବହନକାରୀ ଏବଂ ଯାତ୍ରୀଙ୍କ ଭରସା ଜିତିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏଭଳି ସ୍ଥିତିରେ ନେତ୍ରାଡାଇନ ଭଳି ଅଂଶୀଦାର ଇଣ୍ଟେଲିଜେନ୍ସ ସ୍ତରକୁ ଦୃଢ଼ କରିବା ସହ ଏହି ନେଟୱର୍କକୁ ପରିଚାଳନା ଲାଗି ଭରସାଯୋଗ୍ୟ, ବାଣିଜ୍ୟିକ ଅଭିବୃଦ୍ଧିରେ ଏହା ସହାୟକ ହେବ ।ନେତ୍ରାଡାଇନର ଇଏମ୍‌ଇଏ ଏବଂ ଏପିଏସି ବିଜନେସ ବରିଷ୍ଠ ଉପସଭାତି ଦୁର୍ଗାଦତ୍ତନେନ୍ଦୁନଗାଡି କହିଛନ୍ତି, ଏନ୍‌ଏଚ୍‌ଇଭିର ଇଲେକଟ୍ରୋନିକ ହାଇୱେ ପଦକ୍ଷେପ ସହ ଯୋଡି ହେବା ଗର୍ବର ବିଷୟ, ଯାହା ଘରୋଇ ବଜାରର ଏଆଇ ଭିତ୍ତିକ ଯାନ ଭିତ୍ତିଭୂମିର ସମ୍ପ୍ରସାରଣ ଦିଗକୁ ଦର୍ଶାଉଛି । ଇ-ହାଇୱେରେ ଏହା ଯାନ ଚାଳକଙ୍କ ସୁରକ୍ଷା, ଯାନର ଅବସ୍ଥିତି, ପରିଚାଳନା ଉତ୍ତରଦାୟିତ୍ୱକୁ ଦୃଢ଼ କରିବାରେ ଯୋଗଦାନ ଦେବ । ଗାଡି ଚାଳକଙ୍କ ଥକା ପଣକୁ ଆଗୁଆ ଚିହ୍ନଟ କରିବା, ଅସୁରକ୍ଷିତ ବ୍ୟବହାର, ଗାଡିରେ ଥିବା ତ୍ରୁଟି ଧରି ଦୂରଗାମୀ ଇଭି ପରିଚାଳନନାକୁ ବିପଦମୁକ୍ତ ଏବଂ ଭରସାଯୋଗ୍ୟ କରିବା ଦିଗରେ ଆମ ଉଦ୍ୟମ ରହିଛି ।ଏଭଳି ପଦକ୍ଷେପ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୃଷ୍ଟିକୋଣକୁ ଆଧାର କରୁଛି । ଯେଉଁଥିରେ ଏକ ସର୍ବୋଚ୍ଚ ପରିବହନ ପ୍ରାଧୀକରଣ ସ୍ଥାପନ ଏବଂ ପରିବହନ, ଟେଲିକମ ଏବଂ ଡିଜିଟାଲ ଭିତ୍ତିଭୂମିର ସମନ୍ୱୟ ଉପରେ ଗୁରୁତ୍ୱ ରହିଛି । ଦେଶ ମଧ୍ୟରେ କନେକ୍ଟେଡ ମୋବିଲିଟିକୁ ବ୍ୟାପକ କରିବା ଦିଗରେ ପରିବହନ ବିଶେଷଜ୍ଞ ଗୋଷ୍ଠୀ (ଜିଟିଇ) ପାଇଁ ବାସ୍ତବ ବିଶ୍ୱ ମାନକ ଏବଂ କାର୍ଯ୍ୟାନ୍ୱୟନ ସହ ଭରସାଯୋଗ୍ୟ ଏବଂ ଅଭିବୃଦ୍ଧିଶୀଳ ନୀତି ସୁପାରିଶ କରିବା ଲାଗି ପଥ ପ୍ରଦର୍ଶନ କରେ ।ସେହିଭଳି ଫ୍ଲିଟ ଅପାରଟର ଏବଂ ଫାଇନାନ୍ସର ମାନଙ୍କ ପାଇଁ ନିରାପଦ ଯାତ୍ରା, ଉନ୍ନତ ଫ୍ଲିଟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା, କାର୍ଯ୍ୟକ୍ଷମ ଦୃଶ୍ୟମାନ୍ୟତା ଏବଂ ଉନ୍ନତ ବ୍ୟବସାୟ ଭଅିବୃଦ୍ଧି ଦୃଶ୍ୟମାନ୍ୟତା ମାଧ୍ୟମରେ ଦୂରଗାମୀ ଇଭି ଗ୍ରହଣୀୟତା ଦିଗରେ ଏକ ଭରସାଯୋଗ୍ୟ ଢ଼ାଞ୍ଚା ପ୍ରସ୍ତୁତି କରିବାକୁ ଡିଜାଇନ କରାଯାଇଛି ।ଏନ୍‌ଏଚ୍‌ଇଭିର ସମନ୍ୱିତ ଭିତ୍ତିଭୂମି ଏବଂ ସହାୟତା ସ୍ଥାପତ୍ୟକୁ ନେତ୍ରାଡାଇନର ଏଆଇ ଆଧାରିତ ସୁରକ୍ଷା ବୁଦ୍ଧିମତା ସହ ମିଶ୍ରଣ କରାଯାଇ ଇକୋସିଷ୍ଟମ ବାଣିଜ୍ୟିକ ଇଭି କାର୍ଯ୍ୟ ଦକ୍ଷତାକୁ ଅଧିକ ନିର୍ଭରଯୋଗ୍ୟ, ସ୍କେଲେବୁଲ, ବ୍ୟାଙ୍କଯୋଗ୍ୟ, କାର୍ଯ୍ୟକ୍ଷମ, ଲାଭଦାୟକ ଏବଂ ସ୍ଥାୟୀ କରିବାକୁ ଲକ୍ଷ୍ୟ ରଖିଛି । ଏଭଳି କାର୍ଯ୍ୟକ୍ରମ ଦେଶର ଇଯାନ ଗ୍ରହଣୀନୟତା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡିଛି । ଯେଉଁଠାରେ ଭିତ୍ତିଭୂମି ଏବଂ ବୁଦ୍ଧିମତା ମିଳିତ ଭାବେ ଦୂରଗାମୀ ବୈଦ୍ୟୁତିକ ପରିନବହନକୁ ନିରାପଦ, ଭରସାଯୋଗ୍ୟ ଏବଂ ବାଣିଜ୍ୟିକ ଭାବେ କାର୍ଯ୍ୟକ୍ଷମ କରିବାକୁ ଅଗ୍ରସର ।

Leave A Reply

Your email address will not be published.