ଓଡ଼ିଆ ଚଳଚିତ୍ର ବିଦେହ ପୋଷ୍ଟର ଏବଂ ଟ୍ରେଲର ଉନ୍ମୋଚିତ ।

0 22

ଭୁବନେଶ୍ବର: ୨୦ ମଇ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ )ବିୟୋତ ପ୍ରଜ୍ଞା ତ୍ରିପାଠୀଙ୍କ ନିର୍ଦ୍ଦେଶନା ଓ ପ୍ରଯୋଜନାରେନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ବିଦେହ ରଅଫିସିଆଲ୍ ପୋଷ୍ଟର ଓ ଟ୍ରେଲର୍‌ର ଉନ୍ମୋଚନ ପ୍ରତିଷ୍ଠିତକାନ୍ସ ଚଳଚ୍ଚିତ୍ର ଉତ୍ସବର “ଭାରତ ପାଭିଲିଅନ” ରେଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଏନଏଫଡିସି ଓଏଫଆଇସିସିଆଇଙ୍କ ସହଯୋଗରେ ଆୟୋଜିତହୋଇଥିଲା। ଆନ୍ତର୍ଜାତୀୟ ମଞ୍ଚରେ ପ୍ରଶଂସିତ ଏହି ଓଡ଼ିଆଫିଚର୍ ଫିଲ୍ମଟି ୧୮ ମେ ୨୦୨୬ ରେ “ଭାରତ ପାଭିଲିଅନ”କାର୍ଯ୍ୟସୂଚୀର ଅଂଶ ଭାବେ ପ୍ରଦର୍ଶିତ ହୋଇଥିଲା। ଏହିଗୌରବମୟ ମୁହୂର୍ତ୍ତରେ ସ୍ବୟଂ ଉପସ୍ଥିତ ହେବା ପାଇଁଆମନ୍ତ୍ରଣ ଥ‌ିବା ସତ୍ତ୍ବେ, ନିର୍ଦ୍ଦେଶିକା ବିୟୋତ ପ୍ରଜ୍ଞା ତ୍ରିପାଠୀକାନ୍ସ ଯାଇପାରିନଥିଲେ। କାରଣ, ସେ ନିଜ ମାଟିଓଡ଼ିଶାରେ ୧୫ ମେରେ ହୋଇଥବା ବିଦେହର ବ୍ୟବସାୟିକମୁକ୍ତିଲାଭ ସମୟରେ ନିଜ ଚଳଚ୍ଚିତ୍ର ଓ ଦର୍ଶକଙ୍କ ସହରହିବାକୁ ବାଛିନେଇଥିଲେ। ପ୍ରେମ, ସ୍ମୃତି, ପରିଚୟ, ଭ୍ରମ ଓନାରୀତ୍ବକୁ କେନ୍ଦ୍ର କରି ଗଢ଼ା ଏହି ମନୋବୈଜ୍ଞାନିକରୋମାନ୍ସ ଫିଲ୍ମ ବିଦେହ ତାହାର ସାହସିକ ସମକାଳୀନକାହାଣୀ କଥନ ଓ ଅଲଗା ସିନେମାଟିକ ଭାଷା ପାଇଁଦେଶ-ବିଦେଶରେ ପ୍ରଶଂସା ଅର୍ଜନ କରୁଛି। ସ୍ବାଧୀନଚଳଚ୍ଚିତ୍ର ନିର୍ମାତା ଭାବେ ଗୋଟିଏ ସିନେମା ତିଆରି କରିବାଅସୀମ ସାହସର କାମ। ବିଜ୍ଞାପନ ଜଗତ ଦିନକୁ ଦିନଅଧ‌ିକ କୋଳାହଳମୟ ହେଉଛି, ଯେତେବେଳେ ଚିନ୍ହନ ଓଭାବନାର ଜଗତ ଦ୍ରୁତ ଭାବେ ସଙ୍କୁଚିତ ହେଉଛି । ତଥାପି,ଏତେ କିଛି ସତ୍ତ୍ବେ ମଧ୍ଯ ଏଠାରେ ବହୁତ ଭଲ ଲୋକ ଅଛନ୍ତିସେମାନେ ଯେଉଁମାନେ ଏବେ ମଧ୍ୟ ଅନୁଭବକରିପାରନ୍ତି, ଚିନ୍ତା କରିପାରନ୍ତି, ଆତ୍ମମନନ କରିପାରନ୍ତି,ଏବଂ କଳା ଓ ମାନବତା ସହ ଗଭୀର ଭାବରେ ଯୋଡିହୋଇପାରନ୍ତି। ସ୍ବାଧୀନ ଚଳଚ୍ଚିତ୍ର ନିର୍ମାତାମାନେ ସେହିଲୋକମାନଙ୍କ ପାଇଁ ହିଁ ସୃଷ୍ଟି କରିଚାଲନ୍ତି ଏଭଳି ସିନେମା।କାରଣ କୋଳାହଳର ପାରେ କେଉଁଠିନା କେଉଁଠି, ସତ୍ୟକାହାଣୀମାନେ ଆଜି ମଧ୍ୟ ସତ୍ୟ ହୃଦୟକୁଖୋଜିନେଇଥାଏ। ବିଶ୍ବସ୍ତରରେ ରାଜ୍ୟ ପାଇଁ ଗର୍ବ ଓଗୌରବ ଆଣିଦେଇଥବା ଏହି ସିନେମାର ପ୍ରଚାର ପ୍ରସାର ଓପ୍ରମୋଶନ ପାଇଁ ଦୀର୍ଘ ବର୍ଷ ଧରି ଗଣମାଧ୍ଯମ କ୍ଷେତ୍ରରେବିଭିନ୍ନ ପଦକ୍ଷେପ ନେଇ ପ୍ରଶଂସା ସାଉଁଟିଥିବା ଟିମଆଡ଼ମାର୍କ ଜନସମ୍ପର୍କ ଓ ପ୍ରଚାର ପ୍ରସାର ବିଭାଗ ଆଗକୁବଢିଛି। ଓଡ଼ିଶା ତଥା ଓଡ଼ିଆଙ୍କ ସ୍ବାର୍ଥକୁ ସବୁବେଳେ ଗୁରୁତ୍ଵଦେଇ ଆସୁଥ‌ିବା ଏହି ପ୍ରତିଷ୍ଠିତ ମିଡିଆ ହାଉସ ଓଡ଼ିଶା ଓଓଡ଼ିଆଙ୍କ ଗୌରବକୁ ଆଖ୍ ଆଗରେ ରଖୁ ଏହାର ପ୍ରଚାରପ୍ରସାରକୁ ହାତକୁ ନେଇଛି। ପୂର୍ବରୁ ଓଡ଼ିଆ ଓ ଓଡ଼ିଶାରସ୍ବାର୍ଥ ପାଇଁ ନିଜର ଅଭିଯାନ ଜାରି ରଖୁଥ‌ିବା ଟିମ ଆଡ଼ମାର୍କଆଗାମୀ ଦିନରେ ଏଭଳି ଓଡିଶା ଓ ଓଡ଼ିଆଙ୍କ ସାର୍ଥସମ୍ବଳିତ ପ୍ରସଙ୍ଗକୁ ଆଗକୁ ନେବା ସହ ଏହାର ପ୍ରଚାରପ୍ରସାର ଦିଗରେ ବ୍ୟାପକ ଭାବେ କାର୍ଯ୍ୟ କରିବ।

Leave A Reply

Your email address will not be published.