୮ ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ ।

0 28

ଭୁବନେଶ୍ୱର,3.01.12 ( ପ୍ରତ୍ୟୁଷରୁ ବ୍ୟୁରୋ ): ଆସନ୍ତା ଜାନୁଆରୀ ୮ ତାରିଖରୁ କଳିଙ୍ଗ ସାହିତ୍ୟ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ଏହା ଏ ବର୍ଷ ୪ ଦିନ ଧରି ଆୟୋଜନ ହୋଇଛି। ହୋଟେଲ ମେ ଫେୟାରରେ ଭିନ୍ନ ଭିନ୍ନ ସମ୍ମିଳନୀ କକ୍ଷରେ ଏହାର ଚର୍ଚ୍ଚା ହେବ। ଭାରତ ସମେତ ଦକ୍ଷିଣ ଏସିଆ ୟୁ ଏସ ଏ, ୟୁରୋପ ପ୍ରଭୃତି ଦେଶରୁ ସାହିତ୍ୟିକ ଅନୁବାଦକ ଏକାଠି ହୋଇ ସାହିତ୍ୟ ସୁଦୂର ପ୍ରସାରି ପ୍ରଭାବ ଓ ପୁସ୍ତକ ପଠନ ଅଭ୍ୟାସ ଜନସାଧାରଣଙ୍କ ମଧ୍ୟରେ ବୃଦ୍ଧି ପାଇଁ ପ୍ରୟାସ ହେବ। ଏହି ମହୋତ୍ସବର ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ରହିଛି ଷ୍ଟୋରିଜ ଦ୍ୟାଟ ସେପ ହ୍ୟୁମାନିଟି : ଟ୍ରାନ୍ସ ଲେଟିଙ୍ଗ ୱାର୍ଲଡ୍ସ। ଏହି କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ଓ ଅନ୍ୟ ବିଶିଷ୍ଟ ଅତିଥି ଯୋଗ ଦେବେ।

Leave A Reply

Your email address will not be published.