ହୋଟେଲ ନ୍ୟୁ ମାରିୟନ୍‌ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଓ ବିକ୍ରୟ ଆରମ୍ଭ

0 178

ଭୁବନେଶ୍ବର : ୧୪/୮/୨୫( ପ୍ରତ୍ୟୁଷା ବ୍ୟୁରୋ )ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଲ୍କ ଇଣ୍ଡିଆ-ୱେଡିଙ୍ଗ୍ କଲେକ୍ସନ୍’ ଥିମ ସହିତ ପାର୍ବଣ ଋତୁରଚାହିଦାକୁ ପୂରଣ କରିବା ପାଇଁ ନିଜର ଏଥେନିକ୍‌ ୱେଭସ୍, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଭୁବନେଶ୍ଵର ଆସିଛନ୍ତି ।ଏହି ପ୍ରଦର୍ଶନୀ ତଥା ସେଲ୍ ଭୁବନେଶ୍ଵର ଜନପଥସ୍ଥିତ ହୋଟେଲ ଦ ନ୍ୟୁ ମାରିୟନଠାରେ ୧୪ ୨୫ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ସକାଳ ୧୦ଟା୩୦ରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିବ। ଏହି ପ୍ରଦର୍ଶନୀ ଓଡ଼ିଆ ଅଭିନେତ୍ରୀ ପୁନମ୍ ମିଶ୍ରଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଛି । ସୂକ୍ଷ୍ମପାରମ୍ପରିକ ସିଲ୍କ, କଟନ ଓ ବୁଣାକାରମାନଙ୍କ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ସମସାମୟିକ ଓ ଆର୍ଥିକ ଦୃଷ୍ଟିରୁ ପ୍ରାସଙ୍ଗିକ କରିବାଲାଗି କାରିଗର, ଡିଜାଇନର, ସାମାଜିକ କାର୍ଯ୍ୟକର୍ତା, ଶିକ୍ଷାନୁଷ୍ଠାନ, ପରିବେଶବିତ୍ ଆଦିଙ୍କ ଏକ ଗୋଷ୍ଠୀ ଦ୍ଵାରା ଓଡିଶା କଳା ଓ ହସ୍ତଶିଳ୍ପ ସମିତିରପ୍ରତିଷ୍ଠା କରାଯାଇଥିଲା ।ବିଭିନ୍ନ ରାଜ୍ୟର ବୁଣାକାରମାନେ ଚଳିତ ବର୍ଷର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ଯେଉଁଥରେ ଆକର୍ଷଣୀୟ ଉତ୍ପଦା, ବନାରସି ସିଲ୍କ, ଗଲ,ଧରମାଭରମ୍, ଜାମ୍‌ଦାନି, ଜମାଓ୍ବାର ଓ ସମ୍ବଲପୁରୀ ଆଦି ସାମିଲ ରହିଛି । ଏଠାରେ ଦେଶର ପ୍ରତ୍ୟେକ ଅଂଚଳରୁ ଶାଢୀଠାରୁ ଆରମ୍ଭ କରି ଡ୍ରେସ୍ମ୍ୟାଟେରିଆଲ, ସିଲ୍କ ଓ କଟନ ଶାଢୀ, ସୁଟ୍ ଡ୍ରେସ୍ ମ୍ୟାଟେରିଆଲ, ଫ୍ୟାଶନ ଜୁଏଲାରୀ,ହୋମ୍ ଫଣ୍ଡିସିଙ୍ଗ୍ ଡିଜାଇନର୍ ପୋଷାକ ଆଦି ସାମିଲକରାଯାଇଛି ।

Leave A Reply

Your email address will not be published.