ସତ୍ୟାର୍ଥ ଦର୍ପଣ ଲୋକାର୍ପିତ

0 137

ଭୁବନେଶ୍ୱର 08/4( ପ୍ରତ୍ୟୁଷା ବ୍ୟୁରୋ ) ଉତ୍କଳ ସାହିତ୍ୟ କଳା ପରିଷଦ ଆନୁକୂଲ୍ୟରେ ଭାଷା ପ୍ରକାଶନ ଦ୍ୱାରା ପ୍ରକାଶିତ ସତ୍ୟାର୍ଥ ଦର୍ପଣ ଲୋକାର୍ପିତ ହୋଇଛି l ପୁସ୍ତକଟି ରଚନା କରିଛନ୍ତି ଡ଼. ସତ୍ୟ ନାରାୟଣ ମିଶ୍ର l କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଅଶୋକ ପଟ୍ଟନାୟକ lଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ବ୍ୟକ୍ତି କଥାକାର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଅଲେଖ ପଢିଆରୀ, ଡାକ୍ତର ଅଶୋକ ମହାପାତ୍ର ଯୋଗ ଦେଇ ସାହିତ୍ୟର ଉପାଦେୟତା ସମ୍ପର୍କରେ ପ୍ରତିପାଦନ କରିଥିଲେ lକାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ସଂସୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର।ପୁସ୍ତକର ରଚୟିତା ସତ୍ୟ ନାରାୟଣ ମିଶ୍ର ପୁସ୍ତକର ପାଠକୀୟ ଆଦୃତି ପାଇଁ ଆଶା ପୋଷଣ କରିଥିଲେ।

Leave A Reply

Your email address will not be published.