ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

0 114

ଭୁବନେଶ୍ବର, 5.01.2023 (ପ୍ରତ୍ୟୁଷା ବ୍ୟୁରୋ):

ରାଜ୍ୟବାସୀଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାକୁ ସୁଦୃଢୀକରଣ କରିବା ପାଇଁ ରାଜ୍ୟ ସରକାର
ବିଭିନ୍ନ ଜିଲ୍ଲା ମାନଙ୍କରେ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି
ନେଇଛନ୍ତି । ଏହି କ୍ରମରେ ସୁନ୍ଦରଗଡ଼ ଠାରେ NTPC LTD ସହିତ ମିଳିତ ଉଦ୍ୟମରେ
ଏକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠା କରାଯାଇଛି, ଯାହାକି, ପଶ୍ଚିମ
ଓଡିଶାର ଲୋକମାନଙ୍କୁ Specialised ସ୍ବାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବା ସହିତ
ରାଜ୍ୟ ରେ ମେଡିକାଲ ଶିକ୍ଷା ର ଅଧ୍ବକ ବିକାଶରେ ସହାୟକ ହେବ ।
ଏହି ମେଡିକାଲ କଲେଜ ଓ ହସ୍ପିଟାଲଟି NTPC LTD ଦ୍ବାରା ଏହାର Resettlement
and Rehabilitation Community Development Fund ରୁ ୪୧୭.୭୭ କୋଟି ଟଙ୍କା
ବିନିଯୋଗ ରେ ନିର୍ମାଣ କରାଯାଇଛି । ଏହି ମେଡିକାଲ କଲେଜଟି National Medical
Commission (NMC)ଙ୍କ ଠାରୁ ବର୍ଷ ୨୦୨୨-୨୩ ରେ ୧୦୦ ସିଟ ରେ ଏମବିବିଏସ
ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ Letter of Permission ପ୍ରାପ୍ତ କରିଅଛି । ଏହି
ମେଡିକାଲ କଲେଜର ସମସ୍ତ ସିଟରେ ଦେଶର ବିଭିନ୍ନ ଭାଗରୁ ଯେମିତିକି ହରିୟାଣା,
ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ ଓ ରାଜସ୍ଥାନ ରୁ ପିଲାମାନେ ଆସି ନାମ ଲେଖାଇଛନ୍ତି ।
ଅଧିକନ୍ତୁ, ରାଜ୍ୟ ସରକାରଙ୍କ ସରକାରୀ ସ୍କୁଲରେ ପାଠ ପଢିଥିବା ୧୨ ଜଣ ଛାତ୍ର ଏହି
ମେଡିକାଲ କଲେଜରେ State Quota ରେ ନାମ ଲେଖାଇଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତା.୦୫.୦୧.୨୦୨୩ ରିଖରେ ଏହି
ମେଡିକାଲ କଲେଜ ଓ ହସ୍ପିଟାଲ ର ଆନୁଷ୍ଠାନିକ ଶୁଭ ଉଦଘାଟନ କରି ଏଥିରେ ନାମ
ଲେଖାଇଥିବା ଏମବିବିଏସ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ ପୂର୍ବକ ସେମାନଙ୍କ ଉତ୍କଳ
ଭବିଷ୍ୟତର କାମନା କରିଲେ । ଏହାସହିତ, ସେମାନଙ୍କୁ 5t ର ମନ୍ସରେ ଅଭିମନ୍ତ୍ରିତ କରାଇ
ରୋଗୀମାନଙ୍କ କଲ୍ୟାଣ ପାଇଁ ଉତ୍ସର୍ଗିକୃତ ସେବା ଯୋଗାଇ ଦେବା ନିମନ୍ତେ ଉପଦେଶ ଦେଲେ

Leave A Reply

Your email address will not be published.