୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨ ପାଇଁ ଜାତୀୟ ସମର୍ଥନକାରୀଙ୍କ ନାମ ଘୋଷିତ

0 265

ଭୁବନେଶ୍ବର,8/10/22 (ପ୍ରତ୍ୟୁଷା ବ୍ୟୁରୋ): ଏଆଇଏଫ୍ଏଫ୍ ଅଧ୍ୟକ୍ଷ କଲ୍ୟାଣ ଚୌବେ, ଫିଫା ଡାଇରେକ୍ଟର ଅଫ୍ ୟୁଥ୍ ଟୁର୍ଣ୍ଣାମଂ ଜାମି ୟାଜା ଓ ଏଆଇଏଫ୍ଏଫ୍ ସେକ୍ରେଟାରୀ ଜେନେରାଲ ଡଃ ସାଜି ପ୍ରଭାକରନ୍‌ଙ୍କ ଉପସ୍ଥିତିରେ ଓଡିଶା ଟୁରିଜିମ୍, ହିରୋ ମୋଟୋକର୍ପ, ଏନ୍‌ଟିପିସି ଲିମିଟେଡ୍, ପାୱାର ଗ୍ରିଡ୍ କର୍ପୋରେଶନ ଅଫ୍ ଇଣ୍ଡିଆ ଓ ୟୁନାଇଟେଡ୍ ଫସ୍‌ଫରସ୍ ଲିମିଟେଡ୍‌ (ୟୁପିଏଲ୍‌)କୁ ୧୭ ବର୍ଷରୁ କମ୍ ମହିଳା ବିଶ୍ଵକପ୍ ଇଣ୍ଡିଆ ୨୦୨୨ ପାଇଁ ଜାତୀୟ ସମର୍ଥନକାରୀ ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ଓଡିଶା ଟୁରିଜିମ୍, ହିରୋ ମୋଟୋକର୍ପ, ଏନ୍‌ଟିପିସି ଲିମିଟେଡ୍ ଓ ପାୱାର ଗ୍ରିଡ୍ କର୍ପୋରେଶନ ଅଫ୍ ଇଣ୍ଡିଆର ପ୍ରତିନିଧୂମାନେ ଉପସ୍ଥିତ ଥିଲେ ଏବଂ ଆସନ୍ତା ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର, ଗୋଆ ଓ ନଭି ମୁମ୍ବାଇରେ ଭାରତ ଦ୍ଵାରା ଆୟୋଜିତ ହେବାକୁ ଥିବା ଦ୍ବିବର୍ଷୀୟ ଟୁର୍ଣ୍ଣାମେଟ୍ ପାଇଁ ଖୁସି ବ୍ୟକ୍ତ କରିଥିଲେ । ଏସମ୍ପର୍କରେ ଓଡିଶା ଟୁରିଜିମ୍‌ର ଜଏଂଟ୍ ଡାଇରେକ୍ଟର ଟୁରିଜିମ୍ ବିଶ୍ଵଜିତ ରାଉତ୍‌ୟ କହିଛନ୍ତି, ‘ ଓଡିଶା ଟୁରିଜିମ୍ ବିଶ୍ଵକୁ ଏହି ସୁନ୍ଦର ରାଜ୍ୟକୁ ସ୍ଵାଗତ କରୁଛି । ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ଵକପ୍ ଇଣ୍ଡିଆ ୨୦୨୨ ଭଳି ପ୍ରମୁଖ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଗୁଡିକୁ ଆୟୋଜନ କରିବା ଦ୍ଵାରା ତାହା ଆମକୁ ଆମର ବିବିଧତା ଓ ସ୍ୱତନ୍ତ୍ର ଆତିଥେୟତାକୁ ପ୍ରଦର୍ଶନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛି । ଏହା କିଶୋର ବାଳକ, ବାଳିକାମାନଙ୍କୁ ଆମ ରାଜ୍ୟରେ ଏକ ବିଶ୍ବସ୍ତରୀୟ ଇଭେଟ୍ ଦେଖିବାର ସୁଯୋଗ ଦେଉଛି ଯାହା ସେମାନଙ୍କୁ ପ୍ରୋତ୍ସାହିତ କରିବ ।’ ସେହିପରି ହିରୋ ମୋଟୋକର୍ଡ ଲିଂରେ କର୍ପୋରେଟ୍ କମ୍ୟୁନିକେଶନ ଓ ସିଏସ୍ଆର୍ ମୁଖ୍ୟ ଭରତେନ୍ଦୁ କବି କହିଛନ୍ତି, ‘ଭାରତରେ ହେବାକୁ ଥିବା ଆଗାମୀ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ଵକପ୍ ଏକ ସ୍ମରଣୀୟ ମୁହୂର୍ତ ହେବ ଏବଂ ହିରୋ ମୋଟୋକର୍ପ ଏହାର ଏକ ଅଂଶ ହୋଇ ଗର୍ବ ଅନୁଭବ କରୁଛି ।’

Leave A Reply

Your email address will not be published.