ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଭୁବନେଶ୍ବର ଜନପଥରେ ନିଜ ଫ୍ଲାଗ୍‌ସିପ୍ ସୋ’ରୁମ୍‌ର ପୁନଃ ଉନ୍ମୋଚନ ଉଦାହରଣ ସୃଷ୍ଟିକାରୀ ଭବ୍ୟ, ଚମକଦାର ଓ ଚକାଚକ

0 122

ଭୁବନେଶ୍ବର,1/10/22 (ପ୍ରତ୍ୟୁଷା ବ୍ୟୁରୋ):ରିଲାଏନ୍ସ ଜୁଏଲ୍ବ ଭାରତର ଅଗ୍ରଣୀ ଓ ଦ୍ରୁତତମ ଅଭିବୃଦ୍ଧିଶୀଳ ଜୁଏଲାରୀ ବ୍ରାଣ୍ଡ୍ ଯାହାର ୧୫୦ ରୁ ଅଧିକ ସହରରେ ଉଭୟ ଫ୍ଲାଗସିପ୍ ସୋ’ରୁମ୍ ଏବଂ ସପ୍-ଇନ୍-ସପ୍ ଫର୍ମାଟରେ ୩୦୦ରୁ ଅଧିକ ଷ୍ଟୋର୍‌ର ନେଟୱର୍କ ରହିଛି। ରିଲାଏନ୍ସ ଜୁଏଲ୍ସ ଓଡ଼ିଶାରେ ତାହାର ଉପସ୍ଥିତିକୁ ନେଇ ଗର୍ବିତ, ଯେଉଁଠାରେ ଏହା ସର୍ବଦା ନିଜର ପୃଷ୍ଠପୋଷକମାନଙ୍କ ନିକଟରୁ ପ୍ରଚୁର ଭଲପାଇବା ଏବଂ ବିଶ୍ଵାସ ଲାଭ କରିଆସିଛି। ସମ୍ପ୍ରତି ଓଡ଼ିଶାରେ ଏହି ବ୍ରାଣ୍ଡର ୧୫ଟି ଷ୍ଟୋର୍ ରହିଛି, ଯେଉଁଥିରେ ୧୧ଟି ଫ୍ଲାଗସିପ୍ ସୋ’ରୁମ୍ ଏବଂ ଟ୍ରେଣ୍ଡ୍ସ୍ ଷ୍ଟୋର ଭିତରେ ୪ଟି ସପ୍-ଇନ-ସପ୍ ଷ୍ଟୋର ରହିଛି, ତଥା ଅଧିକ ନୂଆ ଷ୍ଟୋର୍ ଖୋଲାଯିବା ଯୋଜନା ରହିଛି। ~ ଆଜି ଅକ୍ଟୋବର ୧ ତାରିଖରେ ରିଲାଏନ୍ସ ଜୁଏଲ୍ସ ଭୁବନେଶ୍ଵର ଜନପଥଠାରେ ତାହାର ନବିକୃତ ଫ୍ଲାଗ୍‌ସିପ୍ ସୋ’ରୁମ୍ ଉଦ୍‌ଘାଟନ କରୁଛି। ଏହା ଆଜିପର୍ଯ୍ୟନ୍ତ କମ୍ପାନୀର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନକାରୀ ପୁରାତନ ସୋ’ରୁମ୍ ହୋଇଛି। ଶ୍ରୀ ସୁନିଲ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ ଏବଂ ସୁପରିଚିତ ଭାରତୀୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏହି ନବିକୃତ ସୋ’ରୁମ୍ ଉଦ୍‌ଘାଟନ ଅବସରରେ ଉପସ୍ଥିତ ଥିଲେ। ଏଲିନା ସାମନ୍ତରାୟ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ଏବଂ ସେ ‘ ଇସ୍କ ତୁ ହି ତୁ’ ଚଳଚ୍ଚିତ୍ରରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସେ ରିଅଲିଟି ଟେଲିଭିଜନ ସୋ’ ‘କିଏ ହେବ ମୋ ହିରୋଇନ’ ପ୍ରଥମ ସିଜନର ବିଜୟିନୀ ହୋଇଥିଲେ, ଯାହା ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା। ସେ ମଧ୍ୟ ବେଙ୍ଗଲ ଚଳଚ୍ଚିତ୍ର ଶିଳ୍ପ ସହିତ କାର୍ଯ୍ୟ କରୁଛନ୍ତି । ସମ୍ମୋହିତ କଲାଭଳି ନୂଆ ଇଣ୍ଟେରିୟର ଏବଂ ସମ୍ପୂର୍ଣ୍ଣ ଔଜଲ୍ୟମୟ ଲୁକ୍ ଦେଉଥିବା ଏହି ପ୍ରିମିୟମ ଫ୍ଲାଗସିପ୍ ସୋ’ରୁମ୍ ଭୁବନେଶ୍ଵର ଜନପଥରେ ନୂଆ ଅଳଙ୍କାର କିଣାକିଣି ଅନୁଭୂତି ଉଚ୍ଚସ୍ତରକୁ ନେଇଯିବ। ନୂତନ ନବିକୃତ ସୋ’ରୁମ୍ ଏହାର ପୃଷ୍ଠପୋଷକଙ୍କୁ ନୂଆ ଡିଜାଇନଗୁଡିକ ଯୋଗାଇଦେବ ଯାହା ବୈଭବର ଗାଥା କହିବ ଏବଂ କେବଳ ସୁନା ଓ ହୀରା ଅଳଙ୍କାର ସମ୍ଭାରକୁ ପ୍ରଦର୍ଶିତ

Leave A Reply

Your email address will not be published.