କଟକରେ ଶୁଭାରମ୍ଭ ହେଲା ‘ବିସିଇ କଟକ କ୍ଲବ୍’

0 1,332

କଟକ, ତା୧୧।୦୯ (ପ୍ରତ୍ୟୁଷାବ୍ୟୁରୋ): ଓଡ଼ିଶାରେ ଦ୍ଵିତୀୟ ତଥା କଟକରେ ପ୍ରଥମଥର ପାଇଁ ବ୍ୟବସାୟୀ ତଥା ଉଦ୍ୟୋଗୀ ମାନଙ୍କୁ ନେଇ ଖୋଲିଲା ବିସିଇ କଟକ କ୍ଲବ୍ । ଏହି ଅବସରରେ କଟକ ବାଦାମବାଡ଼ି ସ୍ଥିତ ଗ୍ରାଣ୍ଡ ରେଶିଡେନସୀ ଠାରେ କ୍ଲବ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ କର୍ମଶାଳା ।

ଏହି କର୍ମଶାଳାରେ ପ୍ରଶାସନିକ ଅଧିକାରୀ ତଥା ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଡ. ପାର୍ଥସାରଥୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାର ବିଭିନ୍ନ ଦିଗ ବିଷୟରେ ମତବ୍ୟକ୍ତ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ କ୍ଲବ୍ ର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୋନି ସନ୍ତୋଷ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଶହେରୁ ଉର୍ଦ୍ଧ୍ବ ଉଦ୍ୟୋଗୀ ତଥା ବ୍ୟବସାୟୀମାନେ ଅଂଶ ଗ୍ରହଣ କରି ନିଜ ନିଜର ମତ ରଖିଥିଲେ । ବିସିଇ ହେଉଛି ଭାରତର ପ୍ରଥମ ଉଦ୍ୟୋଗୀ କ୍ଲବ୍ ଭାବେ ଉଭୟେ ଶିଳ୍ପ ଏବଂ ଉଦ୍ୟୋଗୀ କ୍ଷେତ୍ରରେ କାରିଗରୀ କଳା କୌଶଳ, ଦକ୍ଷତା ଏବଂ ବ୍ୟବସାୟିକ ନେଟୱର୍କ ଓ ବ୍ୟବସାୟ ସହାୟତା ଯୋଗାଇ ଦେଇଥାଏ । ଏହି କର୍ମଶାଳାରେ ବିସିଇ କ୍ଲବ୍ ଭୁବନେଶ୍ଵରର କର୍ମକର୍ତାଙ୍କ ସମେତ କଟକ ଅନୁଷ୍ଠାନର ପ୍ରତିଷ୍ଠାତା ଡ. ସଞ୍ଜୟ ଚୌଧୁରୀ, ସହ ପ୍ରତିଷ୍ଠାତା ବିପିନ ବିହାରୀ ସାହୁ, ସେକ୍ ଅବଦୁଲ ସମିମ୍, ବଦ୍ରି ନାରାୟଣ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.