ଆଇଆଇଟି ଖଡ଼ଗପୁର ପକ୍ଷରୁ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କୁ “ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ”

0 130

ଭୁବନେଶ୍ବର, 19/08/22 (ପ୍ରତ୍ୟୁଷା ବ୍ୟୁରୋ):ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଆଜି ଆଇଆଇଟି ଖଡ଼ଗପୁର ପକ୍ଷରୁ “ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ”ରେ ସମ୍ମାନିତ ହୋଇଛନ୍ତି I ଆଇଆଇଟି ଇନଷ୍ଟିଚ୍ୟୁଟର 72 ତମ ପ୍ରତିଷ୍ଠା ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି I ଆଇଆଇଟି ଖଡ଼ଗପୁରରୁ ଏମଟେକ ସମାପ୍ତ ପରେ ମନ୍ତ୍ରୀ ଶ୍ରୀ ବେହେରା ଶିକ୍ଷାଦାନ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଅନେକ କାର୍ଯ୍ୟ କରଛନ୍ତି I

ଏଥି ସହିତ ଖୁବ କମ ବୟସରୁ ରାଜନୀତିରେ ପ୍ରବେଶ କରି ଦୁଇ-ଦୁଇ ଥର ମନ୍ତ୍ରୀ ପଦରେ ରହି ରାଜ୍ୟବାସୀଙ୍କ ପାଇଁ ଅନେକ କାର୍ଯ୍ୟକରିଛନ୍ତି I ଏହି ଉଲ୍ଲେଖନୀୟ କାର୍ଯ୍ୟଲାଗି ଆଇଆଇଟି ଖଡ଼ଗପୁର ପକ୍ଷରୁ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି I “ସମଗ୍ର ଓଡ଼ିଶା ତଥା କାକଟପୁର ବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ଯୋଗୁଁ ଏହି ସମ୍ମାନ ମିଳିପାରିଛି I ଏହା ଆଗାମୀ ଦିନରେ ଓଡିଶା ବାସୀଙ୍କ ପାଇଁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ” ବୋଲି ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ ପ୍ରକାଶ କରିଥିଲେ I

Leave A Reply

Your email address will not be published.